PhonePe Blogs Main Featured Image

Trust & Safety

ପ୍ରତ୍ୟେକ ବ୍ୟବସାୟୀଙ୍କୁ ନୂତନ ଠକାମି ଟ୍ରେଣ୍ଡ ବିଷୟରେ କ’ଣ ଜାଣିବା ଉଚିତ

PhonePe Regional|2 min read|06 September, 2024

URL copied to clipboard

ମହେଶ, ଜଣେ ଛୋଟ ସହରର ଦୋକାନୀ, ଯିଏକି ବିଭିନ୍ନ ପ୍ରକାରର ମସଲା ଦୋକାନ ଚଲାନ୍ତି। ଏହି ଅଞ୍ଚଳର ଜଣେ ନୂଆ ବାସିନ୍ଦା ବାରମ୍ବାର ଦୋକାନକୁ ଯାଇ, ପ୍ରତିଦିନ ଛୋଟ ଛୋଟ ଜିନିଷ କିଣି ଧୀରେ ଧୀରେ ମହେଶଙ୍କ ବିଶ୍ୱାସ ବଢ଼ାଇବା ଆରମ୍ଭ କରିଥିଲେ। ଦିନେ, ବାସିନ୍ଦା କହିଲେ ଯେ ସେ ଘରପ୍ରତିଷ୍ଠା ସମାରୋହର ଆୟୋଜନ କରୁଛନ୍ତି ଏବଂ ଲିଷ୍ଟ ହୋଇଥିବା ସାମଗ୍ରୀ ପାଇଁ ତାଙ୍କୁ ମହେଶଙ୍କ ସାହାଯ୍ୟ ଦରକାର। ଏହାର ସମୁଦାୟ ମୂଲ୍ୟ ପ୍ରାୟ ₹10,000 ଥିଲା। ସାମଗ୍ରୀ କିଣିବା ପରେ, ବାସିନ୍ଦା କାଉଣ୍ଟରରେ ମହେଶ ପାଖରେ ଛିଡ଼ା ହୋଇ QR କୋଡ ସ୍କାନ କରିଲେ ଏବଂ ଆଗକୁ ଆସି ପେମେଣ୍ଟ କରିବାର ଛଳନା କରିଥିଲେ। ମହେଶ, ବାସିନ୍ଦାଙ୍କ ଫୋନରେ ସମ୍ପୂର୍ଣ୍ଣ ଟ୍ରାଞ୍ଜାକସନ ଫ୍ଲୋ ଦେଖିବା ପରେ ପେମେଣ୍ଟ ସଫଳ ହୋଇଛି ବୋଲି ବିଶ୍ୱାସ କରିଥିଲେ। କିନ୍ତୁ, ବାସିନ୍ଦା ପ୍ରକୃତରେ ଜଣେ ଠକ ଥିଲେ ଯିଏ ଏକ ନକଲି ପେମେଣ୍ଟ ଆପ ବ୍ୟବହାର କରିଥିଲେ ଯାହା ପ୍ରକୃତ ଆପ ପରି ଦେଖାଯାଉଥିଲା ଏବଂ ମହେଶଙ୍କୁ ଦର୍ଶାଇଥିଲା ଯେ ଟଙ୍କା ଟ୍ରାନ୍ସଫର ହୋଇଛି, କିନ୍ତୁ ପ୍ରକୃତରେ କୌଣସି ପେମେଣ୍ଟ କରାଯାଇନଥିଲା।

ଯଦି ଆପଣ ଜଣେ ବ୍ୟବସାୟୀ, ତେବେ ନକଲି ପେମେଣ୍ଟ ଆପ ସହିତ ଜଡ଼ିତ ଏହି ବିପଦଜନକ ଠକାମି ଟ୍ରେଣ୍ଡ ବିଷୟରେ ଆପଣ ସଚେତନ ହେବା ଉଚିତ। ଅଧିକ ଜାଣିବା ପାଇଁ ପଢ଼ନ୍ତୁ!

ନକଲି ପେମେଣ୍ଟ ଆପଗୁଡ଼ିକ କ’ଣ?

ନକଲି ପେମେଣ୍ଟ ଆପଗୁଡ଼ିକ ବୈଧ ପେମେଣ୍ଟ ଆପ୍ଲିକେସନର ନକଲ ଅଟେ। ସେମାନେ ଲୋକପ୍ରିୟ ପେମେଣ୍ଟ ଆପର UI, କଲର ସ୍କିମ ଏବଂ ସମ୍ପୂର୍ଣ୍ଣ ସ୍ଵରୂପକୁ ପ୍ରାୟ ନକଲ କରନ୍ତି, ପ୍ରାୟତଃ ସମଗ୍ର ପେମେଣ୍ଟ ପ୍ରକ୍ରିୟାକୁ ନକଲ କରନ୍ତି – ସେଗୁଡ଼ିକୁ ଗୋଟିଏ ଥର ଦେଖି ଜାଣିବା କଷ୍ଟକର ହୋଇଯାଏ। ଏହି ଠକେଇ ଆପଗୁଡ଼ିକ ବିପ କିମ୍ବା ଚିମ, ପେମେଣ୍ଟ ପ୍ରାପ୍ତ ହେବାର ମିଛ ସଙ୍କେତ ପରି ପେମେଣ୍ଟ ନୋଟିଫିକେସନର ଶବ୍ଦକୁ ମଧ୍ୟ ନକଲ କରି ଭ୍ରମ ସୃଷ୍ଟି କରନ୍ତି। ଆହୁରି ମଧ୍ୟ, ସେମାନେ ଏକ ସଫଳ ଟ୍ରାଞ୍ଜାକସନ ଦେଖାଇବା ପାଇଁ ବିଶ୍ୱାସଯୋଗ୍ୟ ପେମେଣ୍ଟ ସୂଚନା ମଧ୍ୟ ପ୍ରଦାନ କରିପାରିବେ, ଯାହା ଗୋଟିଏ ନଜରରେ ଜାଣିବା କଷ୍ଟକର ଅଟେ।

ନକଲି ପେମେଣ୍ଟ ଆପରୁ ସୁରକ୍ଷିତ ରହିବାର ଉପାୟ

ଆପଣଙ୍କ ବିଜନେସକୁ ସୁରକ୍ଷିତ ରଖିବାକୁ, ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରହିବା ପାଇଁ ଏହି ଉପାୟ ଅନୁସରଣ କରନ୍ତୁ:

  • ପୁରୁଣା ଟ୍ରାଞ୍ଜାକସନ ଚେକ କରନ୍ତୁ: ସର୍ବଦା ଆପଣଙ୍କର ପେମେଣ୍ଟ ଆପ କିମ୍ବା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟ୍ରାଞ୍ଜାକସନ ଯାଞ୍ଚ କରନ୍ତୁ। କେବଳ ସ୍କ୍ରିନସଟ କିମ୍ବା ନୋଟିଫିକେସନ ଉପରେ ନିର୍ଭର କରନ୍ତୁ ନାହିଁ।
  • ଅସଙ୍ଗତ ସୂଚନା:ଟ୍ରାଞ୍ଜାକସନ ବିବରଣୀର ଭିନ୍ନତାକୁ ଖୋଜନ୍ତୁ। ନକଲି ଆପରେ ଛୋଟ ତ୍ରୁଟି କିମ୍ବା ଅସଙ୍ଗତ ରହିଥାଏ ଯାହା ଆପଣଙ୍କୁ ଏହି ସ୍କାମ ପାଇଁ ସତର୍କ କରିପାରେ।
  • ଚାପର କୌଶଳ: ଯେଉଁ ଗ୍ରାହକମାନେ ଆପଣଙ୍କୁ ଯାଞ୍ଚ ପାଇଁ ସମୟ ନଦେଇ ଟ୍ରାଞ୍ଜାକସନ ସମ୍ପୂର୍ଣ୍ଣ କରିବାକୁ ବ୍ୟସ୍ତ କରନ୍ତି ସେମାନଙ୍କ ପ୍ରତି ସାବଧାନ ରୁହନ୍ତୁ।
  • ଅଜ୍ଞାତ ଆପ:ଆପଣଙ୍କ ଅଞ୍ଚଳରେ ସାଧାରଣତଃ ବ୍ୟବହୃତ ହେଉଥିବା ବୈଧ ପେମେଣ୍ଟ ଆପ ସହିତ ନିଜକୁ ପରିଚିତ କରାନ୍ତୁ। ଯଦି ଜଣେ ଗ୍ରାହକ ଏକ ଅପରିଚିତ ଆପ ମାଧ୍ୟମରେ ପେମେଣ୍ଟ କରନ୍ତି, ତେବେ ସତର୍କତାର ସହିତ ଆଗକୁ ବଢନ୍ତୁ।

ବ୍ୟବସାୟୀମାନଙ୍କ ପାଇଁ ସର୍ବୋତ୍ତମ ଅଭ୍ୟାସ

ଏଠାରେ କିଛି ପଦକ୍ଷେପ ଦିଆଯାଇଛି ଯାହା ଆପଣ ନକଲି ପେମେଣ୍ଟ ଆପ ସ୍କାମରୁ ନିଜର ବିଜନେସକୁ ସୁରକ୍ଷିତ ରଖିବାକୁ ଗ୍ରହଣ କରିପାରିବେ:

  1. ଆପଣଙ୍କ କର୍ମଚାରୀଙ୍କୁ ଶିକ୍ଷିତ କରନ୍ତୁ: ଆପଣଙ୍କ ସମସ୍ତ କର୍ମଚାରୀ ଏହି ସ୍କାମ ବିଷୟରେ ଅବଗତ ଅଛନ୍ତି ଏବଂ ଠକେଇ ଟ୍ରାଞ୍ଜାକସନ କିପରି ଚିହ୍ନଟ କରିବେ ତାହା ମଧ୍ୟ ଜାଣନ୍ତି ବୋଲି ନିଶ୍ଚିତ କରନ୍ତୁ। 
  2. ଭେରିଫିକେସନ ପ୍ରକ୍ରିୟା କାର୍ଯ୍ୟକାରୀ କରନ୍ତୁ: ସାମଗ୍ରୀ କିମ୍ବା ସେବା ପ୍ରଦାନ କରାଯିବା ପୂର୍ବରୁ ପେମେଣ୍ଟ ଯାଞ୍ଚ କରିବା ପାଇଁ ଏକ ମାନକ ପ୍ରକ୍ରିୟା ବିକାଶ କରନ୍ତୁ। ଏଥିରେ ଟ୍ରାଞ୍ଜାକସନ ID ଯାଞ୍ଚ କରିବା କିମ୍ବା ଆପଣଙ୍କ ପେମେଣ୍ଟ ପ୍ରୋସେସରରୁ କନଫର୍ମେସନ ପାଇଁ ଅପେକ୍ଷା କରିବା ସାମିଲ ହୋଇପାରେ।
  3. ସନ୍ଦେହଜନକ କାର୍ଯ୍ୟକଳାପ ରିପୋର୍ଟ କରନ୍ତୁ: ଯଦି ଆପଣ ଏକ ସନ୍ଦେହଜନକ ନକଲି ପେମେଣ୍ଟ ଆପ ଦେଖନ୍ତି, ତେବେ ତୁରନ୍ତ ଏହାକୁ ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଆପଣଙ୍କ ପେମେଣ୍ଟ ପ୍ରୋସେସରଙ୍କୁ ରିପୋର୍ଟ କରନ୍ତୁ।

ଯଦି ଆପଣ ଠକାମିର ଶିକାର ହୋଇଛନ୍ତି କିମ୍ବା ଏକ ନକଲି ପେମେଣ୍ଟ ଆପ ବିଷୟରେ ଜାଣିଛନ୍ତି, ତେବେ ଆପଣ ତୁରନ୍ତ ନିମ୍ନଲିଖିତ ଉପାୟରେ ଏହି ସମସ୍ୟା ଦାଖଲ କରିପାରିବେ: 

  1. PhonePe ଆପ: ସହାୟତା ବିଭାଗକୁ ଯାଆନ୍ତୁ ଏବଂ “ଟ୍ରାଞ୍ଜାକସନରେ ସମସ୍ୟା ଅଛି” ବିକଳ୍ପ ଅଧୀନରେ ସମସ୍ୟା ଦାଖଲ କରନ୍ତୁ। 
  2. PhonePe ଗ୍ରାହକ ସେବା ନମ୍ବର: ଆପଣ ସମସ୍ୟା ଦାଖଲ କରିବାକୁ 80-68727374 / 022-68727374 ରେ PhonePe ଗ୍ରାହକ ସେବାକୁ କଲ କରିପାରିବେ, ଏହାପରେ ଗ୍ରାହକ ସେବା ଏଜେଣ୍ଟ ଏକ ଟିକେଟ ଦାଖଲ କରିବେ ଏବଂ ଆପଣଙ୍କ ସମସ୍ୟା ପାଇଁ ସାହାଯ୍ୟ କରିବେ। 
  3. ୱେବଫର୍ମ ସବମିସନ: ଆପଣ PhonePeର ୱେବଫର୍ମ ବ୍ୟବହାର କରି ଟିକେଟ ଦାଖଲ କରିପାରିବେ, https://support.phonepe.com/  
  4. ସୋସିଆଲ ମିଡିଆ: ଆପଣ PhonePeର ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ଠକାମି ଘଟଣାର ରିପୋର୍ଟ କରିପାରିବେ: 
  • Twitter: https://twitter.com/PhonePeSupport 
  • Facebook: https://www.facebook.com/OfficialPhonePe 
  1. ଅଭିଯୋଗ: ଆଗରୁଥିବା ଅଭିଯୋଗ ଉପରେ ଏକ ଅଭିଯୋଗ ରିପୋର୍ଟ କରିବାକୁ, ଆପଣ https://grievance.phonepe.com/ ରେ ଲଗଇନ କରିପାରିବେ ଏବଂ ପୂର୍ବରୁ ଦାଖଲ କରାଯାଇଥିବା ଟିକେଟ ID ସେୟାର କରିପାରିବେ। 
  2. ସାଇବର ସେଲ: ଶେଷରେ, ଆପଣ ନିକଟସ୍ଥ ସାଇବର କ୍ରାଇମ ସେଲରେ ଠକେଇ ଅଭିଯୋଗ ରିପୋର୍ଟ କରିପାରିବେ କିମ୍ବା ଅନଲାଇନରେ https://www.cybercrime.gov.in/ ରେ ଅଭିଯୋଗ ପଞ୍ଜିକରଣ କରିପାରିବେ କିମ୍ବା ସାଇବର କ୍ରାଇମ ସେଲ ହେଲ୍ପଲାଇନ ସହିତ 1930ରେ ଯୋଗାଯୋଗ କରିପାରିବେ।

ସୁରକ୍ଷିତ ରୁହନ୍ତୁ, ସତର୍କ ରୁହନ୍ତୁ ଏବଂ ଆପଣଙ୍କ ବିଜନେସକୁ ସୁରକ୍ଷିତ ରଖନ୍ତୁ।

Keep Reading