PhonePe Blogs Main Featured Image

Trust & Safety

ପୋଲିସ କଲ କରୁଛି? ସଜାଗ ରୁହନ୍ତୁ! ଏକ ଡିଜିଟାଲ ଆରେଷ୍ଟ ସ୍କାମକୁ କିପରି ଚିହ୍ନିହେବ, ତାହା ଏଠାରେ ଦିଆଯାଇଛି

PhonePe Regional|4 min read|07 December, 2024

URL copied to clipboard

ନିରୀହ ଲୋକଙ୍କୁ ଠକିବା ପାଇଁ ସାଇବର ଅପରାଧ ସେମାନଙ୍କ ଟାର୍ଗେଟ ମଧ୍ୟରେ ଭୟ ସୃଷ୍ଟି କରୁଥିବା ସ୍କାମରମାନଙ୍କ ଉପରେ ନିର୍ଭର କରୁଛି। ପୋଲିସ କିମ୍ବା ସରକାରୀ କର୍ତ୍ତୃପକ୍ଷଙ୍କ ପରି ଆଇନ ଶୃଙ୍ଖଳା ଦାୟିତ୍ଵରେ ଥିବା କର୍ତ୍ତୃପକ୍ଷଙ୍କ ପ୍ରତି ରହିଥିବା ଭୟର ମାନସିକତାକୁ ବ୍ୟବହାର କରିବା ହେଉଛି ସନ୍ଦେହ କରିପାରୁନଥିବା ସରଳ ପୀଡ଼ିତମାନଙ୍କୁ ଜାଲରେ ଫସାଇବାର ସର୍ବଶେଷ କୌଶଳ। “ଡିଜିଟାଲ ଆରେଷ୍ଟ” ସ୍କାମ ଭାବରେ ନାମିତ ଏହି କୌଶଳ ଆଇନଗତ ସମସ୍ୟା ପ୍ରତି ରହିଥିବା ଲୋକମାନଙ୍କ ଭୟକୁ ବ୍ୟବହାର କରେ ଏବଂ ସେମାନେ ବିପଦର ସଙ୍କେତ ବିଷୟରେ ଅବଗତ ନଥିବା ହେତୁ ସେମାନଙ୍କୁ ସ୍କାମରଙ୍କ ଶିକାର ହେବାକୁ ପ୍ରବର୍ତ୍ତାଇପାରେ।

ଏହି ବ୍ଲଗରେ ଆମେ ଏହି ସ୍କାମ ସମ୍ପର୍କରେ ଆପଣଙ୍କ ଜାଣିବା ପାଇଁ ଆବଶ୍ୟକୀୟ ସମସ୍ତ ବିଷୟ, ଏହା କିପରି ହୁଏ ଏବଂ ଏହିପରି ପରିସ୍ଥିତିଗୁଡ଼ିକରୁ ନିଜକୁ କିପରି ସୁରକ୍ଷିତ ରଖିବେ ଆଦି ସାମିଲ କରିବୁ।

ଡିଜିଟାଲ ଆରେଷ୍ଟ ସ୍କାମ କ’ଣ?

ଡିଜିଟାଲ ଆରେଷ୍ଟ ସ୍କାମ ହେଉଛି ଏକ ପ୍ରକାର ଛଦ୍ମନାମ ଜାଲିଆତି ଯେଉଁଥିରେ ସ୍କାମରମାନେ ଇମେଲ, ଟେକ୍ସଟ ମେସେଜ କିମ୍ବା ଫୋନ କଲ ମାଧ୍ୟମରେ କାର୍ଯ୍ୟ କରୁଥିବା ଆଇନଗତ ଅଧିକାରୀ କିମ୍ବା ଆଇନ ଶୃଙ୍ଖଳା ରକ୍ଷା କରୁଥିବା କର୍ତ୍ତୃପକ୍ଷ ବୋଲି ଛଳନା କରନ୍ତି। ସାଧାରଣତଃ ଅନଲାଇନ ଅପରାଧ କିମ୍ବା ସାଇବର ଅପରାଧର ଅଭିଯୋଗରେ ଆପଣଙ୍କୁ ଗିରଫ କରିବା ପାଇଁ ଏକ ୱାରେଣ୍ଟ ଅଛି କିମ୍ବା ଆପଣଙ୍କ ସମ୍ପର୍କରେ ତଦନ୍ତ କରାଯାଉଛି ବୋଲି ସେମାନେ ଦାବି କରନ୍ତି। ସମସ୍ୟାର ସମାଧାନ କରିବା ପାଇଁ ସେମାନେ ତୁରନ୍ତ ଟଙ୍କା କିମ୍ବା ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରିବାକୁ କହିବେ ଏବଂ ଯଦି ଆପଣ ତାହା ନକରନ୍ତି, ତେବେ ସାଧାରଣତଃ ଗିରଫ କରିବାର ଧମକ ଦେବେ।

ଡିଜିଟାଲ ଆରେଷ୍ଟ ସ୍କାମ କିପରି ହୁଏ?

‘ଡିଜିଟାଲ ଆରେଷ୍ଟ ସ୍କାମ’ର ଲକ୍ଷ୍ୟ ହେଉଛି ଆପଣଙ୍କୁ ଭୟଭୀତ କରିବା ଯଦ୍ୱାରା ଆପଣ ଟଙ୍କା ଦେବେ କିମ୍ବା ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରିବେ। ଏହି ସ୍କାମ ପାଇଁ ବ୍ୟବହୃତ କୌଶଳର ସାଧାରଣ ସୋପାନଗୁଡ଼ିକ ଏଠାରେ ଦିଆଯାଇଛି:

  1. ପ୍ରାରମ୍ଭିକ ଯୋଗାଯୋଗ: ଆପଣ ପ୍ରଥମେ ଏକ କଲ, ଇମେଲ କିମ୍ବା ଟେକ୍ସଟ ମେସେଜ ପାଇବେ ଯାହା ଏକ ସରକାରୀ କିମ୍ବା ଆଇନ ଶୃଙ୍ଖଳା ରକ୍ଷା କରୁଥିବା ସଂସ୍ଥାର ବୋଲି ଦାବି କରେ। ଏହି ମେସେଜରେ ନକଲି ସରକାରୀ ସିଲ କିମ୍ବା ଲୋଗୋ ଥାଇପାରେ ଏବଂ ଏହା ଏକ ବୈଧ ଫୋନ ନମ୍ବରରୁ ଆସିଥିବା ପରି ଦେଖାଯାଏ।
  • ଟେକ୍ସଟ ମେସେଜ (SMS): ଟେକ୍ସଟ ମେସେଜ ଦାବି କରେ ଯେ ଏକ ଆଇନଗତ ସମସ୍ୟା ଅଛି ଯାହାର ତୁରନ୍ତ ସମାଧାନ ହେବା ଆବଶ୍ୟକ।
  • ଫୋନ କଲ: ପୋଲିସ କିମ୍ବା ଆଇନଗତ ଅଧିକାରୀ ଭାବରେ ଛଳନା କରୁଥିବା ଅଟୋମେଟିକ କଲ କିମ୍ବା ଲାଇଭ କଲରମାନେ ପୀଡ଼ିତମାନଙ୍କ ସହ ଯୋଗାଯୋଗ କରିପାରନ୍ତି।
  • ସୋସାଲ ମିଡ଼ିଆ ଓ ମେସେଜିଂ ଆପଗୁଡ଼ିକ: ସ୍କାମରମାନେ ଯୋଗାଯୋଗ କରିବା ପାଇଁ ଫେସବୁକ, ହ୍ୱାଟସଆପ କିମ୍ବା ଅନ୍ୟାନ୍ୟ ମେସେଜିଂ ସେବା ଭଳି ପ୍ଲାଟଫର୍ମ ବ୍ୟବହାର କରିପାରନ୍ତି।
  • ଭିଡିଓ କଲ: ସ୍କାମରମାନେ ଭିଡିଓ କଲ ମାଧ୍ୟମରେ ଆଇନ ଶୃଙ୍ଖଳା ରକ୍ଷା କରୁଥିବା ଅଧିକାରୀଙ୍କ ନକଲ କରନ୍ତି, ଯେଉଁଥିରେ ସେମାନେ ୟୁନିଫର୍ମ ପିନ୍ଧିଥିବାର ଦେଖାଯାଏ। ପୀଡ଼ିତମାନଙ୍କୁ ଭୟଭୀତ କରିବା ପାଇଁ ସେମାନେ ପ୍ରାୟତଃ ଏହି କୌଶଳ ବ୍ୟବହାର କରନ୍ତି, ଆପଣ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ବୋଲି ମିଥ୍ୟା ଦାବି କରନ୍ତି ଏବଂ ଗିରଫଦାରୀକୁ ଏଡ଼ାଇବା ପାଇଁ ତୁରନ୍ତ ଟଙ୍କା କିମ୍ବା ସମ୍ବେଦନଶୀଳ ତଥ୍ୟ ଦାବି କରନ୍ତି।
  1. ଅଭିଯୋଗ: ସ୍କାମରମାନେ ଦାବି କରନ୍ତି ଯେ ଏକ ଗୁରୁତର ଅପରାଧର ଅଭିଯୋଗରେ ଆପଣଙ୍କ ଉପରେ  ତଦନ୍ତ ଚାଲିଛି ଯାହା ପ୍ରାୟତଃ ଅସ୍ପଷ୍ଟ ମାତ୍ର “ସନ୍ଦେହଜନକ ଇଣ୍ଟରନେଟ କାର୍ଯ୍ୟକଳାପ” କିମ୍ବା “ବେଆଇନ ଆର୍ଥିକ କାରବାର” ପରି ଉଦବେଗଜନକ ହୋଇଥାଏ। ସେମାନେ ଏକ ଆନୁମାନିକ କେସ ନମ୍ବର ଦର୍ଶାଇପାରନ୍ତି କିମ୍ବା ବିଶ୍ୱାସ ଜନ୍ମାଇବା ପାଇଁ ଆଇନଗତ ଶବ୍ଦାବଳୀ ବ୍ୟବହାର କରିପାରନ୍ତି।
  2. ତକ୍ଷଣାତ ପଦକ୍ଷେପ: ଗିରଫଦାରୀକୁ ଏଡ଼ାଇବା ପାଇଁ ଆପଣଙ୍କୁ ତତକ୍ଷଣାତ ଜୋରିମାନା ଦେବା କିମ୍ବା ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରିବାକୁ ପଡ଼ିବ ବୋଲି କୁହାଯାଇଥାଏ। ସେମାନେ କ୍ରିପ୍ଟୋକରେନ୍ସି, ଗିଫ୍ଟ କାର୍ଡ କିମ୍ବା ଓୟାର ଟ୍ରାନ୍ସଫର ମାଧ୍ୟମରେ ଟଙ୍କା ଦେବାକୁ କହିପାରନ୍ତି କାରଣ ଏହି ପଦ୍ଧତିଗୁଡ଼ିକରେ ହୋଇଥିବା କାରବାରକୁ ଚିହ୍ନଟ କରିବା ଏବଂ ଟଙ୍କା ଫେରାଇବା କଷ୍ଟକର ହୋଇଥାଏ।
  3. କାର୍ଯ୍ୟାନୁଷ୍ଠାନର ଧମକ: ଯଦି ଆପଣ କଲର ବୈଧତା ସମ୍ପର୍କରେ ପ୍ରଶ୍ନ କରନ୍ତି କିମ୍ବା ନିର୍ଦ୍ଦେଶ ପାଳନ କରିବାକୁ ଦ୍ୱିଧା କରନ୍ତି, ତେବେ ସ୍କାମରମାନେ ପ୍ରାୟତଃ ଆକ୍ରମଣାତ୍ମକ ହୋଇଯାଆନ୍ତି ଏବଂ ଜୋରିମାନା ବୃଦ୍ଧି କିମ୍ବା ତୁରନ୍ତ ଗିରଫଦାରୀ ପରି ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥାନ୍ତି।

ଯଦି ଆପଣଙ୍କୁ ଟାର୍ଗେଟ କରାଯାଏ, ତେବେ କ’ଣ କରିବେ?

ଯଦି ଆପଣ ସନ୍ଦେହ କରୁଛନ୍ତି ଯେ ଏକ ଡିଜିଟାଲ ଆରେଷ୍ଟ ସ୍କାମ ଦ୍ୱାରା ଆପଣଙ୍କୁ ଟାର୍ଗେଟ କରାହୋଇଛି, ତେବେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପଗୁଡ଼ିକ ଅନୁସରଣ କରନ୍ତୁ:

  1. ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ: ପରିସ୍ଥିତି ବିଷୟରେ ଚିନ୍ତା କରିବାକୁ କିଛି ସମୟ ନିଅନ୍ତୁ ଏବଂ ଶାନ୍ତ ରୁହନ୍ତୁ। ସ୍କାମରମାନେ ସେମାନଙ୍କ ପୀଡ଼ିତମାନଙ୍କୁ ଠକିବା ପାଇଁ ଆତଙ୍କ ସୃଷ୍ଟି କରିବା ଉପରେ ନିର୍ଭର କରନ୍ତି।
  2. ଯୋଗାଯୋଗକୁ ଯାଞ୍ଚ କରନ୍ତୁ: ଯୋଗାଯୋଗଟି ଆଇନଗତ କି ନୁହେଁ ତାହା ସୁନିଶ୍ଚିତ କରିବା ପାଇଁ ସରକାରୀ ଚ୍ୟାନେଲ ମାଧ୍ୟମରେ (ସ୍କାମରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ନମ୍ବର ନୁହେଁ) ସିଧାସଳଖ ଅଭିଯୋଗକାରୀ ଏଜେନ୍ସି ସହିତ ଯୋଗାଯୋଗ କରନ୍ତୁ।
  3. ଘଟଣାର ରିପୋର୍ଟ କରନ୍ତୁ: ଯଦି ଆପଣ ଏକ ସନ୍ଦେହଜନକ ମେସେଜ ପାଆନ୍ତି, ତେବେ ଏହାକୁ ସ୍ଥାନୀୟ କର୍ତ୍ତୃପକ୍ଷ କିମ୍ବା ଗ୍ରାହକ ସୁରକ୍ଷା ଏଜେନ୍ସିଙ୍କୁ ଜଣାନ୍ତୁ। ରିପୋର୍ଟ କରିବା ଦ୍ଵାରା ସ୍କାମକୁ ଟ୍ରାକ କରିବା ଏବଂ ଅନ୍ୟମାନଙ୍କୁ ସଚେତନ କରିବାରେ ଏହି ଏଜେନ୍ସିଗୁଡ଼ିକୁ ସାହାଯ୍ୟ କରିହୁଏ।                                       
  4. ଆପଣଙ୍କ ତଥ୍ୟକୁ ସୁରକ୍ଷିତ ରଖନ୍ତୁ: ଯଦି ଆପଣ ଅଜାଣତରେ ନିଜ ବ୍ୟକ୍ତିଗତ ତଥ୍ୟ ସେୟାର କରିଛନ୍ତି, ତେବେ ନିଜକୁ ସୁରକ୍ଷିତ ରଖିବା ପାଇଁ ପାସୱାର୍ଡ ବଦଳାଇବା ଏବଂ ଆର୍ଥିକ କାରବାର ପାଇଁ ଉଦ୍ଦିଷ୍ଟ ତଥ୍ୟ ଦେଇଥିଲେ ଆପଣଙ୍କ ବ୍ୟାଙ୍କକୁ ସତର୍କ କରାଇବା ପରି ପଦକ୍ଷେପ ନିଅନ୍ତୁ।
  5. ସୁରକ୍ଷା ସଫ୍ଟୱେର ବ୍ୟବହାର କରନ୍ତୁ: ଫିସିଂର ପ୍ରୟାସ ଏବଂ ମାଲୱେର ଯାହା ସ୍କାମରମାନେ ଆପଣଙ୍କ ତଥ୍ୟକୁ ଆକ୍ସେସ କରିବା ପାଇଁ ବ୍ୟବହାର କରିପାରନ୍ତି, ସେଥିରୁ ସୁରକ୍ଷିତ ରଖିବା ପାଇଁ ଆପଣଙ୍କ ଡିଭାଇସରେ ସର୍ବଶେଷ ସୁରକ୍ଷା ସଫ୍ଟୱେର ଅଛି ବୋଲି ସୁନିଶ୍ଚିତ କରନ୍ତୁ।
  6. ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ (2FA):  ସୁରକ୍ଷାର ଆଉ ଏକ ସ୍ତର ଯୋଡ଼ିବାକୁ ଆପଣଙ୍କ ଆକାଉଣ୍ଟଗୁଡ଼ିକ ପାଇଁ 2FA ଚାଲୁ କରନ୍ତୁ କାରଣ ସ୍କାମରମାନେ ସେଗୁଡ଼ିକୁ ଆକ୍ସେସ କରିବାକୁ ଉଦ୍ୟମ କରିପାରନ୍ତି। 
  7. ନିଜକୁ ତଥା ଅନ୍ୟମାନଙ୍କୁ ଶିକ୍ଷିତ କରନ୍ତୁ: ସାଧାରଣ ସ୍କାମ କୌଶଳ ସମ୍ପର୍କରେ ଅବଗତ ରୁହନ୍ତୁ ଏବଂ ଏହି ଜ୍ଞାନକୁ ସାଙ୍ଗସାଥୀ ଏବଂ ପରିବାର ସହିତ ସେୟାର କରନ୍ତୁ ଯାହା ସେମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରିବାରେ ସାହାଯ୍ୟ କରିବ।

ଭୟ ଏବଂ ଜରୁରୀ ସ୍ଥିତିକୁ ବ୍ୟବହାର କରିବା ପାଇଁ ଡିଜିଟାଲ ଆରେଷ୍ଟ ସ୍କାମ ପରି ସ୍କାମଗୁଡ଼ିକର ପରିକଳ୍ପନା କରାଯାଇଛି। ସଂକେତଗୁଡ଼ିକ ବିଷୟରେ ସଚେତନ ହେବା ଏବଂ ଚାପ ସୃଷ୍ଟି କରାଯାଉଥିବା ସମୟରେ ଶାନ୍ତ ରହିବା ଦ୍ୱାରା ଆପଣ ଠକାମୀକୁ ଏଡ଼ାଇ ପାରିବେ ଏବଂ ଅନ୍ୟମାନଙ୍କୁ ଉକ୍ତ ଜାଲରେ ପଡ଼ିବାରୁ ରୋକିବାରେ ସାହାଯ୍ୟ କରିପାରିବେ।

ଯଦି ଆପଣ ଡିଜିଟାଲ ଆରେଷ୍ଟ ସ୍କାମର ଶିକାର ହୁଅନ୍ତି, ତେବେ PhonePe ମାଧ୍ୟମରେ କିପରି ଏକ ଅଭିଯୋଗ କରିବେ

ଯଦି ଆପଣ PhonePe ମାଧ୍ୟମରେ ଏକ ଠକ ଦ୍ଵାରା ଠକେଇର ଶିକାର ହୋଇଛନ୍ତି, ତେବେ ଆପଣ ତୁରନ୍ତ ନିମ୍ନଲିଖିତ ଉପାୟରେ ଏହି ସମସ୍ୟାକୁ ଉପସ୍ଥାପନ କରିପାରିବେ:

  1. PhonePe ଆପ: “ସାହାଯ୍ୟ” ବିଭାଗକୁ ଯାଆନ୍ତୁ ଏବଂ “ଟ୍ରାଞ୍ଜାକସନରେ ଏକ ସମସ୍ୟା ହୋଇଛି” ବିକଳ୍ପ ଅଧୀନରେ ସମସ୍ୟାକୁ ଉପସ୍ଥାପନ କରନ୍ତୁ। 
  2. PhonePeର ଗ୍ରାହକ ସେବା ନମ୍ବର: PhonePeର ଗ୍ରାହକ ସେବା ନମ୍ବର 80–68727374/022–68727374ରେ କଲ କରି ଆପଣ ସମସ୍ୟାକୁ ଉପସ୍ଥାପନ କରିପାରିବେ, ଯାହା ପରେ  ଗ୍ରାହକ ସେବା ଏଜେଣ୍ଟ ଏକ ଟିକେଟ ତିଆରି କରିବେ ଏବଂ ଆପଣଙ୍କ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ସାହାଯ୍ୟ କରିବେ।
  3. ୱେବଫର୍ମ ଦାଖଲ: PhonePe’ର ୱେବଫର୍ମ https://support.phonepe.com/ ବ୍ୟବହାର କରି ଆପଣ ଏକ ଟିକେଟ ତିଆରି କରିପାରିବେ
  4. ସୋସାଲ ମିଡ଼ିଆ: PhonePeର ସୋସାଲ ମିଡ଼ିଆ ହ୍ୟାଣ୍ଡେଲଗୁଡ଼ିକ ବ୍ୟବହାର କରି ଆପଣ ଠକେଇ ଘଟଣାର ରିପୋର୍ଟ କରିପାରିବେ ଟ୍ଵିଟର — https://twitter.com/PhonePeSupport

ଫେସବୁକ — https://www.facebook.com/OfficialPhonePe

  1. ଆପତ୍ତି: ପୂର୍ବରୁ ଥିବା ଏକ ଅଭିଯୋଗ ସମ୍ପର୍କରେ ଏକ ଆପତ୍ତି କରିବା ପାଇଁ ଆପଣ https://grievance.phonepe.com/ ରେ ଲଗଇନ କରି ପୂର୍ବରୁ ତିଆରି ହୋଇଥିବା ଟିକେଟ ଆଇଡି ସେୟାର କରିପାରିବେ।
  2. ସାଇବର ସେଲ: ଶେଷରେ, ଆପଣ ନିକଟସ୍ଥ ସାଇବର କ୍ରାଇମ ସେଲରେ ଠକେଇ ଅଭିଯୋଗର ରିପୋର୍ଟ କରିପାରିବେ କିମ୍ବା ଅନଲାଇନରେ https://www.cybercrime.gov.in/ ମାଧ୍ୟମରେ ଅଭିଯୋଗର ପଞ୍ଜିକରଣ କରିପାରିବେ କିମ୍ବା ସାଇବର କ୍ରାଇମ ସେଲ ହେଲ୍ପଲାଇନ ନମ୍ବର 1930ରେ ଯୋଗାଯୋଗ କରିପାରିବେ।
  1. ଡଟ (DOT) : ଯଦି ଏକ ଡିଜିଟାଲ ଅପରାଧ ଘଟିନାହିଁ, ମାତ୍ର ଆପଣ ଏହା ଘଟିବାର ସନ୍ଦେହ କରୁଛନ୍ତି, ତେବେ ମଧ୍ୟ ଏହାର ରିପୋର୍ଟ କରନ୍ତୁ। ଟେଲି ଯୋଗାଯୋଗ ବିଭାଗ ସଞ୍ଚାର ସାଥି ପୋର୍ଟାଲ (sancharsaathi.gov.in) ରେ ଏକ ଚାକସୁ ସୁବିଧା ଆରମ୍ଭ କରିଛି, ଯେଉଁଠାରେ ଜଣେ ବ୍ୟକ୍ତି ମେସେଜ, କଲ ଏବଂ ହ୍ୱାଟସଆପ ଆକାଉଣ୍ଟଗୁଡ଼ିକ ସମ୍ପର୍କରେ ରିପୋର୍ଟ କରିପାରନ୍ତି, ଯଦି ସେମାନେ ତାହା ଠକାମୀ ପାଇଁ ଉଦ୍ଦିଷ୍ଟ ବୋଲି ସନ୍ଦେହ କରନ୍ତି।

Keep Reading