PhonePe Blogs Main Featured Image

Trust & Safety

ମନି ମ୍ୟୁଲ ହୁଅନ୍ତୁ ନାହିଁ: ଏହି ଆର୍ଥିକ ଠକେଇ ସମ୍ବନ୍ଧରେ ଆପଣଙ୍କ ମାର୍ଗଦର୍ଶିକା

PhonePe Regional|4 min read|28 February, 2025

URL copied to clipboard

ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ କେବଳ ପେମେଣ୍ଟ ଗ୍ରହଣ ଏବଂ ଫରୱାର୍ଡ କରିବା ପାଇଁ ଆପଣଙ୍କୁ ଯଦି କେହି ସପ୍ତାହକୁ 500 ଟଙ୍କା ପ୍ରଦାନ କରନ୍ତି, ତେବେ କ’ଣ ହେବ? ଏହା ଏତେ ଭଲ ଶୁଣାଯାଉଛି ଯେ ବିଶ୍ୱାସ କରିବା କଷ୍ଟକର ହେଉଛି? କାରଣ ଏହା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ ଏବଂ ଏହା ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଦୃତ ଗତିରେ ବୃଦ୍ଧି ପାଉଥିବା ଆର୍ଥିକ ଠକେଇ ମଧ୍ୟରୁ ଅନ୍ୟତମ ଅଟେ।

ଠକମାନେ ଅପରାଧୀମାନଙ୍କୁ ବ୍ୟକ୍ତିଗତ ଭାବରେ ସାମ୍ନାକୁ ଆସିବାକୁ ନଦେଇ ମନି ଲଣ୍ଡରିଂ କିମ୍ବା ଅନ୍ୟାନ୍ୟ ବେଆଇନ କାର୍ଯ୍ୟ କରିବା ପାଇଁ ମ୍ୟୁଲ ଆକାଉଣ୍ଟଗୁଡ଼ିକୁ ବ୍ୟବହାର କରନ୍ତି। ମ୍ୟୁଲ ଆକାଉଣ୍ଟଗୁଡ଼ିକ କ’ଣ, ସେଗୁଡ଼ିକ କିପରି କାର୍ଯ୍ୟ କରନ୍ତି ଏବଂ ସେଗୁଡ଼ିକ ଜନସାଧାରଣ ତଥା କମ୍ପାନୀଗୁଡ଼ିକ ପାଇଁ କାହିଁକି ଏତେ ବିପଜ୍ଜନକ, ତାହା ଆମେ ଏହି ବ୍ଲଗରେ ଆଲୋଚନା କରିଛୁ।

ମନି ମ୍ୟୁଲ କ’ଣ?

ମନି ମ୍ୟୁଲ କହିଲେ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ଏକ ଠକେଇ କିମ୍ବା ବେଆଇନ କାର୍ଯ୍ୟକଳାପର ଅଂଶ ଭାବରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ପକ୍ଷରୁ ଗୋଟିଏ ଆକାଉଣ୍ଟରୁ ଅନ୍ୟ ଏକ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରନ୍ତି କିମ୍ବା “ମ୍ୟୁଲ” (ଭାରବାହୀ ପଶୁ ପରି ସ୍ଥାନାନ୍ତର) କରନ୍ତି। ଏକ ମନି ମ୍ୟୁଲ ସାଧାରଣତଃ ଏକ ଫି କିମ୍ବା ରିୱାର୍ଡର ମିଥ୍ୟା ପ୍ରତିଶ୍ରୁତିର ବିନିମୟରେ ତାଙ୍କ ନିଜ ଆକାଉଣ୍ଟରେ ଟଙ୍କା ଗ୍ରହଣ କରନ୍ତି ଏବଂ ତା’ପରେ ସେହି ଟଙ୍କାକୁ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରନ୍ତି। କିଛି ଲୋକ ସ୍ୱେଚ୍ଛାରେ ଏହି ସ୍କାମରେ ସାମିଲ ହୋଇଥିବା ବେଳେ ଅନେକ ଲୋକ ଏହି ଅପରାଧରେ ଅଂଶଗ୍ରହଣ କରିବା ଉଦ୍ଦେଶ୍ୟରେ ହୋଇଥିବା ଠକେଇର ଶିକାର ହୋଇଥାନ୍ତି।

ଏହା ସମ୍ପର୍କରେ ବିଚାର କରନ୍ତୁ: ଏକ ଫାଇନାନ୍ସ ଆସିଷ୍ଟାଣ୍ଟ ପଦବୀ ପାଇଁ ଆପଣ ପ୍ରକୃତ ଚାକିରି ପରି ମନେହେଉଥିବା ଏକ ଅଫର ପାଆନ୍ତି। ଭୂମିକାଟି ସରଳ ମନେହୁଏ – ଏକ କମ୍ପାନୀ ପାଇଁ ଆନ୍ତର୍ଜାତୀୟ ପେମେଣ୍ଟକୁ ପ୍ରୋସେସ କରିବାରେ ସାହାଯ୍ୟ କରିବା। ଆପଣ ଯାହା ବୁଝି ପାରିନାହାନ୍ତି, ତାହା ହେଉଛି ଯେ ଆପଣ ଏକ ମନି ମ୍ୟୁଲ ହେବା ସହିତ ଏକ ଜଟିଳ ମନି ଲଣ୍ଡରିଂ ଅପରେସନର ଏକ ଅଂଶରେ ପରିଣତ ହୋଇଯାଇଛନ୍ତି।

ମ୍ୟୁଲ ଆକାଉଣ୍ଟଗୁଡ଼ିକ ସାଧାରଣତଃ ମନି ଲଣ୍ଡରିଂ ସ୍କାମରେ ଜଡ଼ିତ ହୋଇଥାନ୍ତି, ଯେଉଁଥିରେ ଚୋରି ହୋଇଥିବା ଟଙ୍କାର ମୂଳ ଉତ୍ସକୁ ଗୁପ୍ତ ରଖିବା ପାଇଁ ସେଗୁଡ଼ିକୁ ବିଭିନ୍ନ ଆକାଉଣ୍ଟ ମାଧ୍ୟମରେ ଚାଲାଣ କରାଯାଇଥାଏ, ଯାହା ଫଳରେ କର୍ତ୍ତୃପକ୍ଷଙ୍କ ପାଇଁ ଅପରାଧିକ କାର୍ଯ୍ୟକଳାପ ଉଦ୍ଦେଶ୍ୟରେ ହୋଇଥିବା କାରବାରଗୁଡ଼ିକୁ ଠାବ କରିବା କଷ୍ଟକର ହୋଇପଡ଼େ। ଫିସିଂ ସ୍କାମ, ଲଟେରୀ ଠକେଇ କିମ୍ବା ବିନିଯୋଗ ଠକେଇ ସମେତ ବିଭିନ୍ନ ସ୍କାମ ପାଇଁ ମଧ୍ୟ ଏହି ଆକାଉଣ୍ଟଗୁଡ଼ିକୁ ବ୍ୟବହାର କରାଯାଇପାରିବ ଯେଉଁଥିରେ ଏହି ଆକାଉଣ୍ଟଗୁଡ଼ିକୁ ଟଙ୍କା ପଠାଇବାକୁ ପୀଡ଼ିତମାନଙ୍କୁ ଜାଲରେ ଫସାଯାଏ।

ଠକମାନେ କିପରି ସେମାନଙ୍କର ନେଟୱାର୍କ ତିଆରି କରନ୍ତି

ମନି ମ୍ୟୁଲ ନେଟୱାର୍କ ହେଉଛି ଏପରି ଏକ ଅପରେସନ ଯେଉଁଥିରେ ଅପରାଧୀମାନେ ନିଜର ପରିଚୟକୁ ଗୁପ୍ତ ରଖି ପୀଡ଼ିତ ଏବଂ ମ୍ୟୁଲ ମଧ୍ୟରେ ହେଉଥିବା କାରବାରକୁ ସତର୍କତାର ସହ ପରିଚାଳନା କରିଥାନ୍ତି। “ମ୍ୟୁଲ ନିୟନ୍ତ୍ରକ” କିମ୍ବା “ରିକ୍ରୁଟର” ଏହାର ନେତୃତ୍ୱ ନେଇଥାନ୍ତି ଯେଉଁମାନେ ବିଭ୍ରାନ୍ତର ଏହି ଜଟିଳ ଜାଲ ମଧ୍ୟରେ ସମନ୍ୱୟ ରକ୍ଷା କରନ୍ତି।

ମ୍ୟୁଲ ନିୟନ୍ତ୍ରକମାନେ କିପରି କାର୍ଯ୍ୟ କରନ୍ତି?

  1. ନିଯୁକ୍ତି: ଠକମାନେ ପ୍ରତ୍ୟକ୍ଷ ସମ୍ପର୍କ, “ଅଳ୍ପ ପରିଶ୍ରମରେ ଅଧିକ ଟଙ୍କା ରୋଜଗାର”ର ବିଜ୍ଞାପନ କିମ୍ବା ନକଲି ଚାକିରି ସୁଯୋଗ କିମ୍ବା ସୋସିଆଲ ମିଡ଼ିଆ ମାଧ୍ୟମରେ ସମ୍ଭାବ୍ୟ ମ୍ୟୁଲମାନଙ୍କୁ ଚିହ୍ନଟ କରନ୍ତି। ଏଗୁଡ଼ିକ ପ୍ରଥମ ନଜରରେ ଏକ ବୈଧ ସୁଯୋଗ ପରି ମନେହେଲେ ମଧ୍ୟ ମ୍ୟୁଲ ହେବା ପାଇଁ ବ୍ୟକ୍ତିବିଶେଷଙ୍କୁ ଜାଲରେ ଫସାଇବାକୁ ଏହା ପ୍ରସ୍ତୁତ କରାଯାଇଛି।
  2. ପାଣ୍ଠି ସଂଗ୍ରହ: ମ୍ୟୁଲ ଆକାଉଣ୍ଟ ସେଟଅପ ହେବା ପରେ ସାଧାରଣତଃ ସ୍କାମ, ଠକେଇ କିମ୍ବା ଚୋରି ହୋଇଥିବା କ୍ରେଡିଟ କାର୍ଡ ଜରିଆରେ ସଂଗୃହୀତ ପାଣ୍ଠିକୁ ମ୍ୟୁଲର ଆକାଉଣ୍ଟରେ ଜମା କରାଯାଏ। ଏହା ୱାୟାର ଟ୍ରାନ୍ସଫର କିମ୍ବା ଅନଲାଇନ ପେମେଣ୍ଟ ପଦ୍ଧତିରେ କରାଯାଇପାରେ।
  3. ଟଙ୍କା ସ୍ଥାନାନ୍ତର: ତା’ପରେ ଅନ୍ୟ ଏକ ଆକାଉଣ୍ଟ କିମ୍ବା କ୍ରିପ୍ଟୋକରେନ୍ସି ୱାଲେଟକୁ ସାଧାରଣତଃ ଅନ୍ତର୍ଜାତୀୟ ସୀମା ପାର କରି ଟଙ୍କା ଟ୍ରାନ୍ସଫର କରିବା ପାଇଁ ମ୍ୟୁଲକୁ ଠକ ନିର୍ଦ୍ଦେଶ ଦେଇପାରେ। କିଛି କ୍ଷେତ୍ରରେ ଟଙ୍କାକୁ ଅନ୍ୟ କୌଣସି ଏକ ମୁଦ୍ରାରେ ପରିବର୍ତ୍ତନ କରିବା କିମ୍ବା କୌଣସି ଜିନିଷ କିଣି ଅନ୍ୟ ଏକ ସ୍ଥାନକୁ ପଠାଇବା ପାଇଁ ମ୍ୟୁଲକୁ ବାଧ୍ୟ କରାଯାଏ।
  4. ଗତିବିଧି ଲୁଚାଇବା: ଅନେକ ଗୁଡିଏ ମ୍ୟୁଲ ଆକାଉଣ୍ଟ ମାଧ୍ୟମରେ ଟଙ୍କା ପଠାଇବା ପରେ ଅପରାଧୀମାନେ ତଦନ୍ତକାରୀଙ୍କ ପାଇଁ ଅବୈଧ ପାଣ୍ଠିକୁ ଠାବ କରିବା କଷ୍ଟକର କରିଦିଅନ୍ତି। ଲକ୍ଷ୍ୟ ହେଉଛି ଆର୍ଥିକ କାରବାରର ଏକ ବିଭ୍ରାନ୍ତକାରୀ ଗତିପଥ ସୃଷ୍ଟି କରିବା ଯାହା ଟଙ୍କାର ଉତ୍ସ ଏବଂ ଲକ୍ଷ୍ୟସ୍ଥଳକୁ ଚିହ୍ନଟ କରିବା କଷ୍ଟକର କରିଥାଏ।

ଠକମାନେ କିପରି ମ୍ୟୁଲମାନଙ୍କୁ ରିକ୍ରୁଟ କରନ୍ତି?

ଠକମାନେ ସାଧାରଣତଃ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କିମ୍ବା ଟଙ୍କା ରୋଜଗାର କରିବାର ସହଜ ଉପାୟ ଖୋଜୁଥିବା ଲୋକଙ୍କୁ ଟାର୍ଗେଟ କରନ୍ତି। ରିକ୍ରୁଟ କରିବାର କେତେକ ସାଧାରଣ କୌଶଳ ମଧ୍ୟରେ ନିମ୍ନୋକ୍ତ ବିଷୟ ଅନ୍ତର୍ଭୁକ୍ତ:

  • ନକଲି ଚାକିରିର ଅଫର: ଠକମାନେ ସାଧାରଣତଃ ନକଲି ଚାକିରି ବିଶେଷକରି ପାରମ୍ପରିକ କାର୍ଯ୍ୟାଳୟଠାରୁ ଦୂରରେ ରହି କିମ୍ବା ଘରୁ କାମ କରିବାର ସୁଯୋଗ ପାଇଁ ବିଜ୍ଞାପନ ଦେଇଥାନ୍ତି। ଏହି ଚାକିରିଗୁଡ଼ିକ ସର୍ବନିମ୍ନ ପରିଶ୍ରମରେ ସହଜରେ ଅଧିକ ଟଙ୍କା ରୋଜଗାର କରିବା କିମ୍ବା କମିଶନ-ଭିତ୍ତିକ ଆୟର ପ୍ରତିଶ୍ରୁତି ଦିଅନ୍ତି। ପୀଡ଼ିତ ବ୍ୟକ୍ତି ସମ୍ମତ ହେବା ପରେ ତାଙ୍କୁ ଟଙ୍କା ଗ୍ରହଣ ଏବଂ ଟ୍ରାନ୍ସଫର କରିବା ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ କୁହାଯାଏ।
  • ବିନିଯୋଗ ଏବଂ ଲଟେରୀ ଠକେଇ: ଠକମାନେ ପୀଡ଼ିତ ବ୍ୟକ୍ତିମାନଙ୍କୁ ବିଶ୍ୱାସ କରିବାକୁ ବାଧ୍ୟ କରନ୍ତି ଯେ ସେମାନେ ଏକ ଲଟେରୀ ଜିତିଛନ୍ତି କିମ୍ବା ଏକ ତାଙ୍କ ପାଇଁ ବିନିଯୋଗର ଏକ ସୁଯୋଗ ଆସିଛି। ତା’ପରେ ପୀଡ଼ିତଙ୍କୁ ଟଙ୍କା ପାଇବା ପାଇଁ ଏକ ଆକାଉଣ୍ଟ ସେଟଅପ କରିବାକୁ ନିର୍ଦ୍ଦେଶ ଦିଆଯାଏ ଯାହାକୁ ପରେ ଠକେଇ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ।
  • ଜରୁରୀକାଳୀନ ପରିସ୍ଥିତି: କିଛି ଠକ ପୀଡ଼ିତଙ୍କ ଭୟର ମାନସିକତା ଏବଂ ଜରୁରୀକାଳୀନ ପରିସ୍ଥିତିର ସୁଯୋଗ ନେଇ ଦାବି କରନ୍ତି ଯେ ପୀଡ଼ିତଙ୍କଠାରୁ ସେମାନଙ୍କର ଟଙ୍କା ପାଇବାର ଅଛି ଏବଂ ଯଦି ପୀଡ଼ିତ ସହଯୋଗ ନକରନ୍ତି ଏବଂ ଟଙ୍କା ଟ୍ରାନ୍ସଫରରେ ସାହାଯ୍ୟ ନକରନ୍ତି, ତେବେ ସେ ଗୁରୁତର ପରିଣାମର ସମ୍ମୁଖୀନ ହେବେ।

ମ୍ୟୁଲ ହେବାରେ ବିପଦ ଏବଂ ତା’ର ପରିଣାମ 

କିଛି ଲୋକ ସ୍ୱେଚ୍ଛାରେ ମନି ମ୍ୟୁଲ ହୋଇଥିବାବେଳେ ଅନେକ ଲୋକ ସେମାନଙ୍କ ଅଜାଣତରେ ସେଥିରେ ଜଡ଼ିତ ହୋଇଥାନ୍ତି। ତେବେ ଉଦ୍ଦେଶ୍ୟ ଯାହା ହେଉନା କାହିଁକି ମ୍ୟୁଲ ଆକାଉଣ୍ଟ ସହିତ ଜଡ଼ିତ ହେବା ଯୋଗୁଁ ଗୁରୁତର ପରିଣାମ ଭୋଗିବାକୁ ପଡ଼ିପାରେ:

ଆଇନଗତ ପରିଣାମ

  • ମନି ଲଣ୍ଡରିଂ ଏବଂ ଠକେଇ ପାଇଁ କ୍ରିମିନାଲ ଚାର୍ଜ
  • ସମ୍ଭାବ୍ୟ ଜେଲଦଣ୍ଡ
  • ବ୍ୟାଙ୍କ ଆକାଉଣ୍ଟ ବନ୍ଦ ଏବଂ ଆର୍ଥିକ ସେବା ପାଇବାରେ ପ୍ରତିବନ୍ଧକ

2. ଆର୍ଥିକ କ୍ଷତି

  • ବ୍ୟକ୍ତିଗତ ପାଣ୍ଠି ହରାଇବା
  • ଆଇନଗତ ମାମଲା ପରିଚାଳନାରେ ଖର୍ଚ୍ଚ
  • ସମ୍ଭାବ୍ୟ ଫାଇନ ଓ ଜୋରିମାନା
  • କ୍ରେଡିଟ ରେଟିଂରେ ଦୀର୍ଘମିଆଦୀ କ୍ଷତି

ମନି ମ୍ୟୁଲ ସ୍କାମରୁ କିପରି ଦୂରେଇ ରହିବେ

  • ଅନଲାଇନରେ ଅଜଣା ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିବାରୁ ଦୂରେଇ ରୁହନ୍ତୁ
  • ଅନ୍ୟ କାହା ପକ୍ଷରୁ ବ୍ୟାଙ୍କ ଆକାଉଣ୍ଟ ଖୋଲନ୍ତୁ ନାହିଁ
  • ଆପଣଙ୍କର ଡେବିଟ କାର୍ଡ, ପାସବୁକ କିମ୍ବା ମୋବାଇଲ ବ୍ୟାଙ୍କିଂ ଆପର ପାସୱାର୍ଡ କାହାରିକୁ ଦିଅନ୍ତୁ ନାହିଁ
  • ଆପଣଙ୍କ ମୋବାଇଲ ବ୍ୟାଙ୍କିଂର ପାସୱାର୍ଡକୁ ବାରମ୍ବାର ପରିବର୍ତ୍ତନ କରନ୍ତୁ
  • ଅନ୍ୟ କୌଣସି ଅଜଣା ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବାକୁ ପଡ଼ିବ ଏପରି ଚାକିରିର ଅଫର ଗ୍ରହଣ କରନ୍ତୁ ନାହିଁ
  • ଟଙ୍କା ଗ୍ରହଣ କିମ୍ବା ଟ୍ରାନ୍ସଫର କରିବା ପାଇଁ ଅନ୍ୟ କାହାରିକୁ ଆପଣଙ୍କ ଆକାଉଣ୍ଟ ବ୍ୟବହାର କରିବାକୁ ଅନୁମତି ଦିଅନ୍ତୁ ନାହିଁ
  • ଏପରି କୌଣସି ପୁରସ୍କାରର ଟଙ୍କା ଗ୍ରହଣ କରନ୍ତୁ ନାହିଁ ଯାହାର ଏକ ଅଂଶ ଆପଣଙ୍କୁ ଅନ୍ୟତ୍ର ଟ୍ରାନ୍ସଫର କରିବାକୁ ପଡିବ
  • OTP କିମ୍ବା CVV, ପାସୱାର୍ଡ ଇତ୍ୟାଦି ପରି ଲଗଇନ କ୍ରେଡେନସିଆଲ୍ସ ସେୟାର କରନ୍ତୁ ନାହିଁ।
  • ଅବାସ୍ତବ ଅଫର, ଶସ୍ତା ଡିଲ ଏବଂ ରିହାତି ପ୍ରତି ସାବଧାନ ରୁହନ୍ତୁ। 
  • ନିୟମିତ ଭାବରେ ଆପଣଙ୍କ ଆକାଉଣ୍ଟରେ ହୋଇଥିବା କାରବାରକୁ ଯାଞ୍ଚ କରନ୍ତୁ ଏବଂ ଯେକୌଣସି ଅସ୍ୱାଭାବିକ କାର୍ଯ୍ୟକଳାପ ବିଷୟରେ ତୁରନ୍ତ ବ୍ୟାଙ୍କକୁ ଜଣାନ୍ତୁ।
  • ସର୍ବଶେଷ ଅପଡେଟ ପାଇଁ SMS/ଇମେଲ/IVR ମାଧ୍ୟମରେ ବ୍ୟାଙ୍କଗୁଡ଼ିକରୁ ଆସିଥିବା ନିର୍ଦ୍ଦେଶାବଳୀକୁ ଅନୁସରଣ କରନ୍ତୁ

ଯଦି ଆପଣ ଏକ ମନି ମ୍ୟୁଲ ସ୍କାମର ଅଂଶ ବୋଲି ସନ୍ଦେହ କରୁଛନ୍ତି, ତେବେ PhonePe ମାଧ୍ୟମରେ କିପରି ଏହି ସମସ୍ୟା ସମ୍ପର୍କରେ ଜଣାଇବେ।

ଯଦି ଆପଣ PhonePe ମାଧ୍ୟମରେ ଏକ ଚାକିରି ଠକ ଦ୍ଵାରା ଠକେଇର ଶିକାର ହୋଇଛନ୍ତି, ତେବେ ଆପଣ ତୁରନ୍ତ ନିମ୍ନଲିଖିତ ଉପାୟରେ ଏହି ଘଟଣାଟିର ଅଭିଯୋଗ କରିପାରିବେ:

  1. PhonePe ଆପ: “ସାହାୟତା” ବିଭାଗକୁ ଯାଆନ୍ତୁ ଏବଂ “ଟ୍ରାଞ୍ଜାକସନରେ ଏକ ସମସ୍ୟା ହୋଇଛି” ବିକଳ୍ପ ଅଧୀନରେ ଏହି ସମସ୍ୟାର ଅଭିଯୋଗ କରନ୍ତୁ। 
  2. PhonePeର ଗ୍ରାହକ ସେବା ନମ୍ବର: PhonePeର ଗ୍ରାହକ ସେବା ନମ୍ବର 80–68727374/022–68727374ରେ କଲ କରି ଆପଣ ସମସ୍ୟା ବିଷୟରେ ଅଭିଯୋଗ କରିପାରିବେ ଯାହା ପରେ  ଗ୍ରାହକ ସେବା ଏଜେଣ୍ଟ ଏକ ଟିକେଟ ତିଆରି କରିବେ ଏବଂ ଆପଣଙ୍କ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ସାହାଯ୍ୟ କରିବେ।
  3. ୱେବଫର୍ମ ଦାଖଲ: PhonePeର ୱେବଫର୍ମ https://support.phonepe.com/ ବ୍ୟବହାର କରି ଆପଣ ଏକ ଟିକେଟ ମଧ୍ୟ ତିଆରି କରିପାରିବେ। 
  4. ସୋସାଲ ମିଡିଆ: PhonePeର ସୋସାଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକ ବ୍ୟବହାର କରି ଆପଣ ଠକେଇ ଘଟଣାର ରିପୋର୍ଟ କରିପାରିବେ।

Twitter  — https://twitter.com/PhonePeSupport

Facebook — https://www.facebook.com/OfficialPhonePe

  1. ଆପତ୍ତି: ପୂର୍ବରୁ ଥିବା ଏକ ଅଭିଯୋଗ ସମ୍ପର୍କରେ ଏକ ଆପତ୍ତି ଜଣାଇବା ପାଇଁ ଆପଣ https://grievance.phonepe.com/ ରେ ଲଗଇନ କରି ପୂର୍ବରୁ ତିଆରି ହୋଇଥିବା ଟିକେଟ ଆଇଡି ସେୟାର କରିପାରିବେ।
  2. ସାଇବର ସେଲ: ଶେଷରେ, ଆପଣ ନିକଟସ୍ଥ ସାଇବର କ୍ରାଇମ ସେଲରେ ଠକେଇ ଅଭିଯୋଗର ରିପୋର୍ଟ କରିପାରିବେ କିମ୍ବା ଅନଲାଇନରେ https://www.cybercrime.gov.in/ ମାଧ୍ୟମରେ ଅଭିଯୋଗର ପଞ୍ଜିକରଣ କରିପାରିବେ କିମ୍ବା 1930 ନମ୍ବରରେ ସାଇବର କ୍ରାଇମ ସେଲ ହେଲ୍ପଲାଇନକୁ ଯୋଗାଯୋଗ କରିପାରିବେ।
  3.  DOT : ଯଦି ଏକ ଡିଜିଟାଲ ଅପରାଧ ଘଟିନାହିଁ, ମାତ୍ର ଆପଣ ଏହା ଘଟିବାର ସନ୍ଦେହ କରୁଛନ୍ତି, ତେବେ ମଧ୍ୟ ଏହାର ରିପୋର୍ଟ କରନ୍ତୁ। ଟେଲି ଯୋଗାଯୋଗ ବିଭାଗ ସଞ୍ଚାର ସାଥି ପୋର୍ଟାଲ (sancharsaathi.gov.in) ରେ ଏକ ଚାକସୁ ସୁବିଧା ଆରମ୍ଭ କରିଛି, ଯେଉଁଠାରେ ଜଣେ ବ୍ୟକ୍ତି ମେସେଜ, କଲ ଏବଂ ହ୍ୱାଟସଆପ ଆକାଉଣ୍ଟଗୁଡ଼ିକ ସମ୍ପର୍କରେ ରିପୋର୍ଟ କରିପାରନ୍ତି, ଯଦି ସେମାନେ ତାହା ଠକାମୀ ପାଇଁ ଉଦ୍ଦିଷ୍ଟ ବୋଲି ସନ୍ଦେହ କରନ୍ତି।

ଗୁରୁତ୍ୱପୂର୍ଣ୍ଣ ରିମାଇଣ୍ଡର — PhonePe କେବେବି ଆପଣଙ୍କ ଗୋପନୀୟ କିମ୍ବା ବ୍ୟକ୍ତିଗତ ବିବରଣୀ ମାଗେ ନାହିଁ। PhonePeରୁ ଆସିଛି ବୋଲି ଦାବି କରୁଥିବା ଅଥଚ phonepe.com ଡୋମେନରୁ ଆସିନଥିବା ସମସ୍ତ ପ୍ରକାରର ମେଲଗୁଡି଼କୁ ଅଣଦେଖା କରନ୍ତୁ। ଯଦି ଆପଣ ଠକେଇର ସନ୍ଦେହ କରୁଛନ୍ତି, ତେବେ ଦୟାକରି ତୁରନ୍ତ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ।

Keep Reading